୨୪ ଘଣ୍ଟାରେ ସର୍ବାଧିକ ୪୦ ଜୀବନ ନେଲା କରୋନା
1 min read
ଆଓରି-ଭୁବନେଶ୍ବର(୦୨/୦୬) :ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣର ମାତ୍ରା କିନ୍ତୁ କରୋନା ମୃତ୍ୟୁ କିନ୍ତୁ ଥମିବାର ନାଁ ଧରୁନି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।