April 18, 2024

ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ ପକୁଡ଼ି ବିକିବ କଂଗ୍ରେସ

1 min read

ଆ.ଓ.ରି(୨୬|୫)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ ଆସନ୍ତାକାଲି କଟକରେ ପକୁଡ଼ି ବିକିବ କଂଗ୍ରେସ। ପୂର୍ବରୁ ଯେଉଁଭଳି ଭାବେ ମୋଦି ଯୁବକଙ୍କୁ ନିଯୁକ୍ତି ବଦଳରେ ପକୁଡ଼ି ବିକିବାକୁ ପରାମର୍ଶ ଦେଇଥିଲେ, ସେହି ନ୍ୟାୟରେ ଯୁବକମାନେ ପକୁଡ଼ି ବିକିବାର ଆୟୋଜନ କରିଛନ୍ତି। ତେବେ ଏହା ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସେହିଭଳି ମୋଦିଙ୍କ ଗସ୍ତକୁ ବିରୋଧ କରି କଂଗ୍ରସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ମୋଦି ସରକାର ଏହାକୁ ରୋକିବାରେ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ବିଜେପି ଠକୁଛି ବୋଲି କଂଗ୍ରେସ କହିଛି। ସେହିପରି ପେଟ୍ରୋଲ ପମ୍ପ୍ ଆଗରେ ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ମଧ୍ୟ ଦେଇଥିଲା କଂଗ୍ରେସ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.