ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୨୦/୦୩) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଞ୍ଜିଳି ବିଧାନସଭା ଆସନ ପାଇଁ ଛତ୍ରପୁରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିଥିଲେ । ତାଙ୍କ ସହ ଶହଶହ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ । ଗଞ୍ଜାମର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ତାରାତାରିଣୀ ପୀଠ ଯାଇ ମାଆଙ୍କ ଆଶୀର୍ବାଦ ନେଇଥିଲେ । ନିଜର କର୍ମକର୍ତ୍ତାଙ୍କ ସହ ସେଠାରେ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।