March 23, 2023

ଆସନ୍ତା ୧୭ରେ ପାଟକୁରା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଆଓରି-ଭୁବନେଶ୍ଵର(୧୦/୦୭) : ଆସନ୍ତା ୨୦ରେ ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ। ଏହାକୁ ମାତ୍ର ଦଶ ଦିନ ଥିବାବେଳେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି, ବିରୋଧୀ ଭାଜପା ଏବଂ କଂଗ୍ରେସ ଏବେଠୁ ଅଣ୍ଟା ଭିଡିସାରିଲେଣି। କିଏ ଏହି ସିଟ୍‌କୁ ସ୍ଵାଭିମାନ ଭାବେ ନେଇଥିବା ବେଳେ ଆଉ କେହି ଏଠାରେ ଜିତ୍‌ ସୁନିଶ୍ଚିତ ବୋଲି ମତ ରଖିଛନ୍ତି। ଏପରିସ୍ଥଳେ ପାଟକୁରାକୁ ହାତେଇବା ଲାଗି ବିଭିନ୍ନ ଦଳର ହେଭିୱେଟ୍‌ ପ୍ରଚାର ମଙ୍ଗ ଧରୁଛନ୍ତି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ରେ ପାଟକୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ଲାଗି ପ୍ରଚାର ମଙ୍ଗ ଧରିବେ। ଏପରିକି ସେଠାରେ ମୁଖ୍ୟମନ୍ତ୍ରୀ ରୋଡ୍‌ ଶୋ’ କରିବେ ବୋଲି ବୁଧବାର ମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ତେବେ ଦଳ ପାଟକୁରାରେ ନିଶ୍ଚିତ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.