April 19, 2024

ଦୁଇ ମାସର ସଫେଇ ଅଭିଯାନ ସମୟରେ ଏଭରେଷ୍ଟ୍ ଶୃଙ୍ଗରୁ ବାହାରିଲା ୪ଟି ଶବ ଓ ୧୧ ଟନ୍‌ ଆବର୍ଜନା

1 min read

ଆଓରି-ଭୁବନେଶ୍ଵର:(୦୬/୦୬) ଏଭରେଷ୍ଟ୍‍ ଶୃଙ୍ଗ ଏବଂ ସେଠାରେ ପହଞ୍ଚିବା ପାଇଁ ଥିବା ଗଡ଼ାଣି ଉଠାଣି ରାସ୍ତା ତଳକୁ ଥିବା ବେସ୍‌କ୍ୟାମ୍ପ୍‌ରୁ ସଫେଇ ଅଭିଯାନରେ ଯାଇଥିବା ନେପାଳୀ ଆରୋହଣକାରୀମାନେ ଚାରିଟି ଶବ ଏବଂ ଦଶନ୍ଧି ଦଶନ୍ଧି ପଡ଼ିଥିବା ୧୧ ଟନ୍‌ ଆବର୍ଜନା ବାହାର କରିଥିବା କଥା ବୁଧବାର ଦିନ ସରକାର କହିଛନ୍ତି।

୮, ୮୫୦ ମିଟର ପର୍ବତ ଉପରୁ ଫେରିଥିବା ଆରୋହଣକାରୀମାନେ କହନ୍ତି ପର୍ବତର ଢାଲୁ ସବୁ ମନୁଷ୍ୟ ମଳ, ବ୍ୟବହୃତ ଅମ୍ଳଜାନ ବୋତଲ, ଚିରା ତମ୍ବୁ, ଦଉଡ଼ି, ଭଙ୍ଗା ଶିଡ଼ି, କେନ୍‌ ଏବଂ ପ୍ଲାଷ୍ଟିକ୍‌ ଜରି ପଡ଼ିରହିଥିଲା।

ଆବର୍ଜନା ଏବଂ ବର୍ଷ ବର୍ଷ ଧରି ଏଭରେଷ୍ଟ୍‍ ଢାଲୁରେ ମୃତ୍ୟୁବରଣ କରିଥିବା ପ୍ରାୟ ୩୦୦ ଲୋକଙ୍କ ଶବ ଶୀତକାଳରେ ତୁଷାରରେ ପୋତି ହୋଇ ପଡ଼ିଥିଲା। ଗ୍ରୀଷ୍ମ ଆସିବାରୁ ବରଫ ତରଳି ସେ ସବୁ ଦେଖା ଯାଉଥିଲା।

୨୦ ଜଣ ଶେର୍ପା ଆରୋହଣକାରୀଙ୍କୁ ନେଇ ଗଠିତ ସଫେଇ ଟିମ୍‌ ଏପ୍ରିଲ୍‌ ଏବଂ ମେ ମାସରେ ବେସ୍‌ କ୍ୟାମ୍ପ୍‌ ଉପରରେ ଥିବା ବିଭିନ୍ନ କ୍ୟାମ୍ପ୍‌ ସାଇଟ୍‌ରୁ ପାଞ୍ଚ ଟନ୍‌ ଆବର୍ଜନା ଏବଂ ତଳ ଅଞ୍ଚଳରୁ ଛଅ ଟନ୍‌ ଆବର୍ଜନା ସଂଗ୍ରହ କରିଥିଲେ।

ଦୁର୍ଯୋଗକୁ ପାଖ ଖରାପ ହେବାରୁ ସାଉଥ୍‌ କୋଲ୍‌ରୁ ମୁଣାରେ ସଂଗୃହୀତ କିଛି ଆବର୍ଜନା ତଳକୁ ଆଣି ହେଲା ନାହିଁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.