ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମ ସୁପାରିସ କରିଛନ୍ତି ଦୀପକ ମିଶ୍ର
1 min read
ଆଓରି-ନୂଆଦିଲ୍ଲୀ(୪/୯) : ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର , ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମ ସୁପାରିସ କରିଛନ୍ତି । ମଙ୍ଗଳବାର ଦିନ ଜଷ୍ଟିସ ମିଶ୍ର କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ମାଧ୍ୟମରେ ସୁପାରିସ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ସୁପାରିସ ଅନୁଯାୟୀ, ରାଷ୍ଟ୍ରପତି ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ନିଯୁକ୍ତ ଦେବେ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ଅବସର ନେବେ। ତେବେ ଦୀର୍ଘଦିନରୁ ଚଳି ଆସୁଥିବା ପରମ୍ପରାକୁ ସମ୍ମାନ ଜଣାଇ ଜଷ୍ଟିସ ମିଶ୍ର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଗୋଗେଇଙ୍କ ନାମକୁ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିସ କରିଛନ୍ତି।