March 20, 2023

ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର

1 min read
Chinook heavy-lift helicopters added in Indian Air-force -Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୦୩) : ପ୍ରାୟ ୧୧ ହଜାର କେଜି ଅସ୍ତ୍ରଶସ୍ତ୍ର ଏବଂ ସୈନିକ ନେବାର ସକ୍ଷମ ରଖିଥିବା ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର ସୋମବାର ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହାକୁ ପାକିସ୍ତାନର ସୀମାରେ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ୟବହାର କରାଯିବ । ୧୫ଟି ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର କିଣାଯାଇଥିବା ବେଳେ ୪ଟି ହେଲିକପ୍ଟର ଆଜି ଭାରତରେ ପହଞ୍ଚିଛି । ଏହି ହେଲିକପ୍ଟର ଛୋଟ ହେଲିପ୍ୟାଡ ଓ ଘାଟିରେ ମଧ୍ୟ ଅବତରଣ କରିପାରିବ । ବିଶ୍ଵର ୧୯ଟି ଦେଶରେ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇଛି ।

ଏହି ହେଲିକପ୍ଟର ଓଜନିଆ ମେସିନ ଓ ଟ୍ୟାଙ୍କରକୁ ମଧ୍ୟ ଉଠାଇ ନେବାର ସକ୍ଷମ ହୋଇଥିବା ବେଳେ ୨୦୦୦୦ ପୁଟ ଉଚ୍ଚତା ପର୍ୟ୍ୟନ୍ତ ଉଡିବାର କ୍ଷମତା ରହିଛି । ଏହା ୧୦ ଟନ ପର୍ୟ୍ୟନ୍ତ ଓଜନ ଉଠାଇ ନେଇ ପାରିବ । ଏହାର ଉଚ୍ଚତା ୧୮ ଫୁଟ ଏବଂ ଲମ୍ବା ୧୬ ଫୁଟ । ଚିନୁକ ସିଏଚ-୪୭ ହେଲିକପ୍ଟରକୁ ଦୁଇ ଜଣ ପାଇଲଟ ଉଡାଇ ପାରିବେ ।

ଚିନୁକ ସିଏଚ-୪୭ ହେଲିକପ୍ଟର ଆମେରିକା ବାୟୁସେନା ୧୯୬୨ ମସିହାରେ ବ୍ୟବହାର କରିଥିଲା। ଏପର୍ଯ୍ୟନ୍ତ କମ୍ପାନୀ ମୋଟ ୧୧୭୯ଟି ଚିନୁକ ହେଲିକପ୍ଟର ନିର୍ମାଣ କରିଛି । ଖରାପ ପାଗରେ ମଧ୍ୟ ଏହି ହେଲିକପ୍ଟର ଉଡାଣ ଭରିପାରିବ । ଏହି ହେଲିକପ୍ଟର ଘଣ୍ଟା ପ୍ରତି ୩୧୫ କିମି ବେଗରେ ଉଡିପାରିବ । ଏହି ହେଲିକପ୍ଟରରେ କମନ ଏଭିଏସନ ଆର୍କିଟେକ୍ଚର କକପିଟ ଏବଂ ଏଡଭାନ୍ସ କକପିଟ ଭଳି ବିଶେଷ ସୁବିଧା ରହିଛି । ଏହି ହେଲିକପ୍ଟରରେ ଗୋଟିଏ ଥରରେ ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟମାନେ ମଧ୍ୟ ଯାତାୟତ କରି ପାରିବେ । ଏହାକୁ ରାଡର ସାହାଯ୍ୟରେ ମଧ୍ୟ ଧରିବା କଷ୍ଟସାଧ୍ୟ ।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.