March 17, 2023

ପୁରୀରୁ ନିର୍ବାଚନ ଲଢିପାରନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର

1 min read
Sambit-Patra-Aajira-Odisha

ଆଓରି-ଭୁବନେଶ୍ଵର(୧୨/୦୩) : ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଏହି ସପ୍ତାହ ହୋଇପାରେ। ଯେଉଁଥିରେ ଲୋକସଭା ନିର୍ବାଚନ ପ୍ରାର୍ଥୀମାନଙ୍କର ନାମ ନିର୍ଣ୍ଣୟ ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ପ୍ରାର୍ଥୀ ହେବେ ବୋଲି ଜାତୀୟ ଗଣମାଧ୍ୟମ ଏବଂ ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଥିଲା। ବନାରସ ସାଥିରେ ପୁରୀରେ ମଧ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦୀ ପ୍ରାଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ଅବଶ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ପଷ୍ଟ କରିଦେଇଥିଲେ କି ପ୍ରଧାନମନ୍ତ୍ରୀ ମୋଦୀ ବନାରସରୁ ହିଁ ନିର୍ବାଚନ ଲଡ଼ିବେ ଏବଂ ପୁରୀ ବିଷୟରେ ସମୟ ଆସିଲେ ନିଷ୍ପତି ନିଆଯିବ।

ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଚଳିତ ସପ୍ତାହ ହୋଇପାରେ। ଯେଉଁଥିରେ ଲୋକସଭା ନିର୍ବାଚନ ପ୍ରାର୍ଥୀମାନଙ୍କର ନାମକୁ ଅନ୍ତିମ ରୂପ ଦିଆଯିବ। ଏହା ମଧ୍ୟରେ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛିକି ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଅଛନ୍ତି। ଟିଭି ଡ଼ିବେଟ୍ ରେ ଘଣ୍ଟା ଘଣ୍ଟା ସମୟ ବିତାଉଥିବା ଜାତୀୟ ମୁଖପାତ୍ର ସମ୍ବିତ ଏବେ ଟିଭି ପରିବର୍ତ୍ତେ ନିର୍ବାଚନ କ୍ଷେତ୍ରରେ ପ୍ରାୟ ଦେଖାଯାଉଛନ୍ତି। ଏବେ ସମ୍ବିତ ପାତ୍ର ଓଡିଶାରେ ପ୍ରାୟ ରହୁଛନ୍ତି ଏବଂ ବିଜେପି ମଧ୍ୟ ତାଙ୍କୁ ପୁରୀରୁ ଟିକେଟ ଦେବାକୁ ଇଚ୍ଛୁକ ବୋଲି ଜଣାପଡ଼ୁଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.