ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୧୧/୦୬): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସକାଳ ୧୦ଟା ୩୦ଟାରେ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳି ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି । ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ସରକାରୀ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ ସାକ୍ଷାତ ସମୟରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଏକାଧିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ସହିତ କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି। ଆଲୋଚନା ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବାର ଦାବିକୁ ମଧ୍ୟ ନବୀନ ଦୋହରାଇଛନ୍ତି ।
ଅନ୍ୟପକ୍ଷରେ ଉପ ବାଚସ୍ପତି ପଦ ସଂପର୍କରେ ବି କିଛି ଆଲେୋଚନା ହୋଇ ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଉପ ବାଚସ୍ପତି ପାଇଁ ବିଜେଡ଼ିର ଜଣେ ସାଂସଦକୁ ସୁଯୋଗ ମିଳିବ ବୋଲି ପୂର୍ବରୁ ରାଜନୈତିକ ସ୍ତରରେ ଆଲୋଚନା କରାଯାଉଛି । ଏହି ସାକ୍ଷାତ ଉପରେ ସାରା ରାଜ୍ୟବାସୀଙ୍କର ନଜର ରହିଥିଲା । ଏତଦ୍ ବ୍ୟତୀତ ଓଡ଼ିଶାକୁ ବିଭିନ୍ନ ଯୋଜନା ଅନ୍ତର୍ଗତ ସ୍ବତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ପାଇଁ ମଧ୍ୟ ନବୀନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିବା କୁହାଯାଉଛି । ଦିଲ୍ଲୀରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ରାଜନୈତିକ ଦୃଷ୍ଟି କୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ନବୀନ, ଫୋନି ବାତ୍ୟା ପରେ ରାଜ୍ୟକୁ ମିଳିବାକୁ ଥିବା କେନ୍ଦ୍ରୀୟ ସହାୟତା ଶୀଘ୍ର ପ୍ରଦାନ କରିବା, ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଥିବା ଜଣାଯାଇଛି । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ନବୀନ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୧୫ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବେ ନବୀନ ।