March 25, 2023

କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ ; ୧୧ କୋଟି ଟଙ୍କାର ହୋଇଛି କ୍ଷୟକ୍ଷତି

1 min read

ଆଓରି-ଭୁବନେଶ୍ଵର(୧୫/୦୫) : ଭୁବନେଶ୍ୱରରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ । ଆଜି ଶେଷ ଦିନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଆକଳନ କରିବା ସହ କଳିଙ୍ଗ ଷ୍ଟାଡିୟମ୍‌ରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଅଧିକାରୀ ମଧ୍ୟ କେନ୍ଦ୍ରୀୟ ଟିମ୍‌ ସହ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରିଛନ୍ତି । ଦୁଇଟି ଟିମ୍‌ ପୁରୀ କଟକର ବିଭନ୍ନ ସ୍ଥାନ ବୁଲିବା ପରେ ଆଜି ଭୁବନେଶ୍ୱରର କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ଦେଖିଛନ୍ତି ।

ତେବେ ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଓ  ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଏକ ବୈଠକ ଆୟୋଜନ କରାଯାଇଛି । ସେଠାରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ । ପାଖାପାଖି ୧୧ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ । ଆଥ୍‌ଲେଟିକ୍‌ ଷ୍ଟାଡିୟମ୍‌ର ଭିତ୍ତିଭୂମି ତଥା ଛାତ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ, ସେ ସବୁ ରିପ୍ଲେସ୍‌ ହେବ ବୋଲି କହିଛନ୍ତି କ୍ରୀଡ଼ା ସଚିବ । ଏହା ସହ ଗ୍ଲାସ ଡୋର୍‌ ଭାଙ୍ଗିଯାଇଛି, ଅନେକ ରୁମ୍‌ ମଧ୍ୟ ନଷ୍ଟ ହୋଇଥିବା ସେ କହିଛନ୍ତି । ବିଶାଲ ଦେବ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଜୁନ୍‌ ରେ ହକି ଅଲମ୍ପିକ୍‌ କ୍ୱାଲିଫାୟର୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ କରାଯିବ । ଟୁର୍ଣ୍ଣାମେଣ୍ଟ ପାଇଁ ଯାହା ସବୁ ଆବଶ୍ୟକ ରହିଛି ସେ ସବୁ କାମ ଶେଷ ହେବ ବୋଲି କହିଛନ୍ତି କ୍ରୀଡ଼ା ସଚିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.