May 26, 2022

କ୍ଷତି ସହୁଥିବାରୁ ବନ୍ଦ ହୋଇପାରେ BSNL କମ୍ପାନି

1 min read
BSNL-going-to-be-shutdown-Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୦୨) : ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ କ୍ରମାଗତ କ୍ଷତି ସହୁଥିବାରୁ ଏହାକୁ ବନ୍ଦ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି । ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା । କମ୍ପାନୀ ଅଧିକ କ୍ଷତି ସହୁଥିବାରୁ ଏହାକୁ ବିକ୍ରି କରିଦେବା ଲାଗି ବିଚାର କରଯାଉଛି । କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବ୍ୟତୀତ ଏହାକୁ ବନ୍ଦ କରିଦେବା ନେଇ ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୭-୧୮ ଶେଷ ସୁଦ୍ଧା କମ୍ପାନୀର କ୍ଷତିର ପରିମାଣ ୩୧,୨୮୭ କୋଟି ଟଙ୍କାରେ ପହଂଚିବା ପରେ ଅଧିକାରୀମାନେ କେନ୍ଦ୍ର ଟେଲିକମ୍‌ ସଚିବ ଅରୁଣା ସୁନ୍ଦର ରାଜନଙ୍କୁ ଭେଟିଥିଲେ । ଅରୁଣାଙ୍କ ସହ ଆଲୋଚନା ପରେ ସଚିବଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଏହିଭଳି କୁହାଯାଇଥିବା ସୂଚନା ମିଳିଛି ।

ଏହି ଆଲୋଚନା ସମୟରେ ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ଅନୁପମ ଶ୍ରୀବାସ୍ତବ ଏକ ପ୍ରେଜେଣ୍ଟେସନ ଦେଇଥିଲେ । ଯେଉଁଥିରେ କମ୍ପାନୀର ଆର୍ଥିକ ସ୍ଥିତି, ଏହାର ମୋଟ କ୍ଷତିର ପରିମାଣ, ରିଲାଏନ୍ସ ଜିଓ ଆସିବା ପରେ ଏହାର କାରବାର ଉପରେ ପଡିଥିବା ପ୍ରଭାବ, କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) ଏବଂ ସମୟ ପୂର୍ବରୁ ଅବସର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.