କର୍ଣ୍ଣାଟକ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବିଏସ୍ ୟେଦିୟୁରପ୍ପା
1 min read
ଆଓରି-ନୂଆଦିଲ୍ଲୀ(୨୬/୦୭) : କର୍ଣ୍ଣାଟକରେ ପୁର୍ନବାର ନୂଆ ସରକାର ଗଠନ ହୋଇଛି । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦିୟୁରପ୍ପା । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ୩ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ବିଏସ୍ ୟେଦିୟୁରପ୍ପା । ପୁଣି ଆାଉ ଥରେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି ।
ତେବେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ବଜୁଭାଇ ବାଲା । ତେବେ କର୍ଣ୍ଣାଟକ ରାଜନୀତିର ସବୁ କଳ୍ପନା ଜଳ୍ପନା ଅବସାନ ଘଟାଇ ଶେଷରେ ବିଜେପି ସରକାର ଗଠନ କରିଛି ।