April 20, 2024

ରାଜଧାନୀ ଆରମ୍ଭ ହେଲା ପୁସ୍ତକ ମେଳା

1 min read
Book-Fare-in-Bhubaneswar-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୧) : ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ‘୧୯ ତମ ରାଜଧାନୀ ପୁସ୍ତକ ମେଳା’। ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ବଡ଼ ବହି ମେଳାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିବେ। ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭା‌ବେ ଓ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ।

ମେଳାରେ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ଆଦି ରାଜ୍ୟରୁ ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଯୋଗ ଦେବେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଷ୍ଟଲରେ ଶ୍ରୀଜଗନ୍ନାଥଙ୍କ ବଡ଼ସିଂହାର ବେଶ ପ୍ରଦର୍ଶନ କରାଯିବ। ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ବ୍ୟଙ୍ଗ କବି ସମ୍ମିଳନୀ, ଶିଶୁ ସାହିତ୍ୟିକ ସମ୍ମିଳନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ପୁସ୍ତକ ମେଳା ସମିତିର ସଭାପତି ଉପେନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.