December 7, 2023

ଅଭିନନ୍ଦନ ଜଣାଇ ବଲିଉଡର ହିମ୍ୟାନ୍ନ ନରେନ୍ଦ୍ର ମୋଦୀଙ୍କୁ କହିଲେ ‘ଫକୀର ବାଦଶାହା’

1 min read
aajiraodisha.org dharmendar

ଆଓରି-ଭୁବନେଶ୍ଵର:(୨୦/୦୫) ଗତକାଲି ଲୋକସଭା ନିର୍ବାଚନ ୨୦୧୯ର ଏଗଜିଟ ପୋଲରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଫେରୁଥିବା ଅନୁମାନ କରାଯାଉଛି । ଏଗଜିଟ ପୋଲ ଫଳାଫଳ ଜଣାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କେତେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ଭିତରେ ଜଣେ ଅଛନ୍ତି ଅଭିନେତା ଧର୍ମେନ୍ଦ୍ର । ବଲିଉଡର ହିମ୍ୟାନ୍ ଭାବେ ଜଣାଶୁଣା ଧର୍ମେନ୍ଦ୍ର  ଅଭିନନ୍ଦନ ଜଣାଇ କହିଛନ୍ତି, ମୋଦୀ  ‘ଫକୀର ବାଦଶାହା’  ।

ଏଠାରେ ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲ ଗୁରଦାସପୁର ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଛନ୍ତି । ତାଙ୍କର ଧର୍ମପତ୍ନୀ ହେମାମାଳିନୀ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ-ଟୁଡେ-ଆକ୍ସିସ–ମାଇ-ଇଣ୍ଡିଆ ଦ୍ୱାରା କରାଯାଇଥିବା ସର୍ଭେ ମୁତାବକ, ବିଜେପି ଏବଂ ଦଳର ସହଯୋଗୀଙ୍କୁ ୫୪୨ ଲୋକସଭା ଆସନ ମଧ୍ୟରୁ ୩୩୯ଟି ରୁ ୩୬୫ଟି ଭିତରେ ଆସନ ମିଳିପାରେ । କିଛି ଏଗଜିଟ ପୋଲରେ କୁହାଯାଇଛି ଯେ, ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏକୁ ୨୭୨ ଆସନରୁ ଅଧିକ ଅର୍ଥାତ ୩୦୦ ପ୍ଲସ ଆସନ ମିଳିପାରେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.