May 22, 2022

ଆଜି ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ; ଝଲସିଲା ଭୁବନେଶ୍ଵର

1 min read

ଆଓରି-ଭୁବନେଶ୍ଵର(୨୭/୧୧) : ହକି ବିଶ୍ଵକପ ନିମନ୍ତେ ରାଜଧାନୀ ଭୁବନେଶ୍ଵର ନୂଆ ବୋହୂ ପରି ସଜେଇ ହୋଇ ସାରିଛି। ମଙ୍ଗଳବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଏହି ଉଦଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ସଙ୍ଗୀତ ନିର୍ଦେଶକ ଏ.ଆର୍.ରେହମାନ ଯୋଗ ଦେବେ। ଏ.ଆ.ରେହମାନ ଲାଇଭ ଶୋରେ ହକି ବିଶ୍ଵକପର ଆନ୍ଥେମ ‘ଜୟହିନ୍ଦ୍ ଇଣ୍ଡିଆ’ ପରିବେଷଣ କରିବେ। ଦେଶବିଦେଶରୁ ପ୍ରାୟ ୧୮୦୦ କଳାକାର ନୃତ୍ୟ ପ୍ରଦର୍ଶନ କରିବେ। ଉଦଘାଟନୀ ମଞ୍ଚରେ ଭାରତର ସମସ୍ତ ପ୍ରାନ୍ତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଝଲକ ଦେଖିବାକୁ ମିଳିବ।

ହକି ବିଶ୍ଵକପ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ, ଟ୍ରାଫିକ, ପାର୍କିଂ ଏବଂ ସହରର ଆଭ୍ୟନ୍ତରୀଣ ଅଞ୍ଚଳ ଏପରି ୪ଟି ଭାଗରେ ନିରାପତ୍ତା ବ୍ୟବସ୍ଥାକୁHockey-World-Cup-Aajira-Odisha କମିଶନରେଟ ପୁଲିସ ପରିଚାଳନା କରିବେ। ଆଜିର ଉଦଘାଟନୀ କାର୍ଯ୍ୟ ପାଇଁ ୭୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜନତା ମୈଦାନ, ନୟାପଲ୍ଲୀ ଦୁର୍ଗାପୂଜା, ଶାସ୍ତ୍ରୀ ନଗର, ନିକୋ ପାର୍କ ରୋଡ, ଓଲ୍ଡ ଏଜି କଲୋନୀ, ଇଡକଲ ଗ୍ରାଉଣ୍ଡ ସମେତ କଳିଙ୍ଗ ଷ୍ଟାଡିୟମରେ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜନତା ମୈଦାନରୁ କଳିଙ୍ଗ ଷ୍ଟାଡିୟମକୁ ଦର୍ଶକଙ୍କ ଯିବା ଆସିବା ଲାଗି ସ୍ୱତନ୍ତ୍ର ଭାବେ ୧୫ଟି ବସ୍ ଚଳାଚଳ କରାଯିବାର ବ୍ୟବସ୍ଥା କରାଯାଇଛି।

ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ଵରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାସହ ସାରା ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ମିନିଟରୁ ବନ୍ଦ ରହିବ। ନଭେମ୍ବର ୨୮ତାରିଖ ଦିନ କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ହେବ। ସେଥିପାଇଁ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ମିନିଟରୁ ବନ୍ଦ ରହିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.