April 20, 2024

୨୦୧୯ ଲୋକସଭା ନିର୍ବାଚନ ; ପୁଣେରୁ ଲଢିବେ ଅଭିନେତ୍ରୀ ମାଧୁରୀ

1 min read
Madhuri-Dixit-BJP-Aajira-Odisha

ଆଓରି-ନୂଆଦିଲ୍ଲୀ(୭/୧୨) : ବଲିଉଡର ଫେମସ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନେନେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପୁଣେରେ ମଇଦାନକୁ ଓହ୍ଲାଇବା ପାଇଁ ବିଚାର କରୁଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହ ଚଳିତବର୍ଷ ଜୁନର ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଥିଲେ । ଶାହ ସେହି ସମୟରେ ପାର୍ଟିର ‘ସମ୍ପର୍କ ଫର୍ ସମର୍ଥନ’ ଅଭିଯାନରେ ମୁମ୍ବାଇରେ ପହଞ୍ଚିଥିଲେ ।

ରାଜ୍ୟର ବରିଷ୍ଠ ବିଜେପି ନେତା ଗୁରୁବାର ସୂଚନା ଦେଇଛନ୍ତି ଯେ ମାଧୁରୀଙ୍କ ନାମ ପୁଣେ ଲୋକସଭା ସିଟ୍ ପାଇଁ ଚୟନ ହୋଇଛି । ସେ କହିଛନ୍ତି, ‘ପାର୍ଟି ୨୦୧୯ରେ ସାଧାରଣ ନିର୍ବାଚନରେ ମାଧୁରୀ ଦିକ୍ଷିତଙ୍କ ପ୍ରାର୍ଥୀ ବନାଇବା ପାଇଁ ଗମ୍ଭୀରତାର ସହ ବିଚାର କରୁଛି । ଆମେ ଭାବୁଛୁ ପୁଣେ ଲୋକସଭା ସିଟ୍ ତାଙ୍କ ପାଇଁ ଉତ୍ତମ ହେବ ।’ ବିଜେପି ନେତା କହିଛନ୍ତି, ‘ପାର୍ଟି ଅନେକ ପ୍ରାର୍ଥୀଙ୍କ ନାମ ମଧ୍ୟରୁ ମାଧୁରୀଙ୍କୁ ଚୟନ କରିଛି ।’

ମାଧୁରୀ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ୨୦୧୪ ମସିହାରେ ବିଜେପି ପୁଣେ ଲୋକସଭା ସିଟ୍ କଂଗ୍ରେସଠୁ ହାସଲ କରିଥିଲା ଏବଂ ପାର୍ଟି ପ୍ରାର୍ଥୀ ଅନିଲ ଶିରୋଲେ ୩ ଲକ୍ଷରୁ ଅଧିକ ଭୋଟ୍ ଅନ୍ତରରେ ବିଜୟ ହାସଲ କରିଥିଲେ ।

ମାଧୁରୀଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇବା ଘଟଣାରେ ବିଜେପିର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି, ‘ଏଭଳି ପ୍ରକ୍ରିୟା ନରେନ୍ଦ୍ର ମୋଦି ଗୁଜୁରାତରେ ସେତେବେଳେ ଆପଣେଇଥିଲେ ଯେତେବେଳେ ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ସ୍ଥାନୀୟ ନିକାୟ ନିର୍ବାଚନରେ ସବୁ ପ୍ରାର୍ଥୀଙ୍କୁ ବଦଳାଇଦେଇଥିଲେ ଓ ପାର୍ଟିକୁ ସେହି ନିଷ୍ପତ୍ତିର ଲାଭ ମିଳିଲା ।’ ନୂଆ ଚେହେରା ନେବା ଫଳରେ କାହା ପାଖରେ ଆଲୋଚନା କରିବା ପାଇଁ କିଛି ନଥିଲା । ଏହା ଫଳରେ ବିରୋଧୀ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲା ଓ ବିଜେପି ଅଧିକରୁ ଅଧିକ ସିଟ୍ ହାସଲ କରି ସତ୍ତା କାୟମ ରଖିଲା ।’

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.