ପିଠା କାର୍ଯ୍ୟକ୍ରମରେ ସଚେତନ ବଦଳରେ ଚାଲିଛି ଅଶ୍ଳୀଳ ନାଚ
1 min read
ଆଓରି-ଭୁବନେଶ୍ଵର(୨୪/୨) : ପିଠା କାର୍ଯ୍ୟକ୍ରମରେ ଚାଲିଛି ନାଟକ ତମସା । ଭଦ୍ରକ ଚାନ୍ଦବାଲିରେ ସରକାରୀ କାର୍ଯ୍ୟକ୍ରମରେ ଯୁବତୀଙ୍କ ଅଶ୍ଲୀଳ ନାଚ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ କାର୍ଯ୍ୟକ୍ରମରେ ଜନହିତକାରୀ ଯୋଜନାର ସଚେତନତା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପିଠା କାର୍ଯ୍ୟକ୍ରମ କରାଯାଉଛି । ତେବେ ଭଦ୍ରକ ଚାନ୍ଦବାଲିରେ ଜନ ସଚେତନତା ଅପେକ୍ଷା ପିଠା କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଗୀତରେ ଅଶ୍ଲୀଳ ନାଚ କରାଯାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଛୋଟ ଛୋଟ ଡ୍ରେସ ପିନ୍ଧି ଯୁବତୀମାନେ ଡ୍ୟାନ୍ସ କରୁଛନ୍ତି । ସଚେତନତା ବଦଳରେ ଲୋକଙ୍କ ମନୋରଞ୍ଜନ କରାଯାଉଛି ପିଠା ।