ଭାରପ୍ରାପ୍ତ ଡିଜିପି ଭାବରେ ନିଯୁକ୍ତ ହେଲେ ବିଜୟ କୁମାର ଶର୍ମା
1 min read
ଆଓରି-ନୂଆଦିଲ୍ଲୀ(୦୭/୦୮) : ପୁଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟର ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ଡିଜି ଭାବେ ଦାୟିତ୍ଵ ଦିଆଯାଇଛି । ବି.କେ.ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ସେ ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ପୂର୍ବରୁ ଭୁବନେଶ୍ଵର-କଟକ ପୁଲିସ କମିଶନର ଥିବା ବି.କେ.ଶର୍ମାଙ୍କ ଉପରେ ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଛନ୍ତି ।
ଏଠାରେ ସୂଚନା ଥାଉ କି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଙ୍ଗଳବାର ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଏ ସଂକ୍ରାନ୍ତ ଫାଇଲକୁ ରାଜ୍ୟପାଳ ଅନୁେମାଦନ କରିବା ପରେ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିସହିତ ଡାକ୍ତର ଶର୍ମା ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି ।
ଦିନେ ଦୁଇ ଦିନ ମଧ୍ୟରେ ଆବଶ୍ୟକ ସରକାରୀ ପ୍ରକ୍ରିୟା ଚୂଡାନ୍ତ ପରେ ଏ ଫାଇଲକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ । ତେବେ ବରିଷ୍ଠ ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ସ୍ଵତନ୍ତ୍ର ନିର୍ଦ୍ଦେଶକ ସୁନୀଲ ରାୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।