May 28, 2023

ପୁରୀରେ ବିଜେପିର ଜନଜାତି ମହାଧିବେଶନ

1 min read
BJP tribal convention in Puri-Aajira-Odisha

ଆଓରି-ଭୁବନେଶ୍ଵର(୦୨/୦୨) : ଆଜିଠାରୁ ପୁରୀରେ ଗର୍ଜିବ ବିଜେପି ଆଦିବାସୀ ମୋର୍ଚ୍ଚା । ଆଜି ଏବଂ କାଲି ଦୁଇଦିନ ପୁରୀରେ ବିଜେପି ଆଦିବାସୀ ମୋର୍ଚ୍ଚା ମହାଅଧିବେଶନ କରିବ । ଏହି ମହାଅଧିବେଶନରେ ବିଜେପିର ବହୁ ହେୱିବେଟ ନେତା ସାମିଲ ହେବେ । ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ସରୋଭାନନ୍ଦ ସୋନୋୱାଲ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସହ ତ୍ରିପୁରାର ଉପ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ମିଳିଛି ।  ପ୍ରଥମ ଦିନରେ ୭ଟି ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ବିଜେପି ଜନଜାତି ମୋର୍ଚ୍ଚାର ୭୦ ଜଣ ସାଂସଦ, ୨୦ ଜଣ ପୂର୍ବତନ ସାଂସଦ, ବହୁ ବିଜେପି ବିଧାୟକ, ଜିଲ୍ଲାପରିଷଦ ସଭ୍ୟ, କର୍ପୋରେଟର ଓ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୫ ହଜାର ପ୍ରତିନିଧି ଯୋଗ ଦେବେ । ଏହି ମହାଅଧିବେଶନରେ ଜନଜାତିଙ୍କ ସମସ୍ୟା, କେନ୍ଦ୍ର ସରକାର ଆଦିବାସୀଙ୍କ କଲ୍ୟାଣ ପାଇଁ ନେଇଥିବା ବିଭିନ୍ନ ଯୋଜନା, ରାଜ୍ୟଓ୍ଵାରୀ ଜନଜାତି ସଂଗଠନକୁ ମଜଭୁଦ କରିବା ସହ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହେବ ।

ଆସନ୍ତାକାଲି ବିଶାଳ ଆଧିବାସୀ ରାଲି କରିବାକୁ ଯୋଜନା କରିଛି ଆଦିବାସୀ  ମୋର୍ଚ୍ଚା । ଏହି ରାଲିରେ ଲକ୍ଷେ ଜନଜାତି ଯୋଗଦେବେ ବୋଲି ବିଜେପି ପକ୍ଷରୁ କୁହାଯାଉଛି । ଏହି ମହାସମାବେଶରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯୋଗଦେବା ନେଇ କାର୍ଯ୍ୟକ୍ରମ ରହିଛି  ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.