March 28, 2023

ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

1 min read

ଆଓରି-ଭୁବନେଶ୍ଵର(୧୧/୦୪) : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଥିବା‌ ବେଳେ ବାକି ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ ଆସନ୍ତା କାଲି(ଶୁକ୍ରବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ପହଞ୍ଚିଲା ପରେ ଶାହା କେନ୍ଦୁଝର ଜିଲା ଗସ୍ତ କରି କଲେଜ ପଡିଆରେ ଆୟୋଜତି ସଭାରେ ଯୋଗ ଦେବେ। ସେଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ୩୦ ଦିନ ମଧ୍ୟରେ ଏହା ହେଉଛି ଅମିତ ଶାହାଙ୍କ ପଞ୍ଚମ ଓଡିଶା ଗସ୍ତ।

ସେହିପରି ଆସନ୍ତା ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସୁଛନ୍ତି। ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଗତ ୯ତାରିଖରେ ପୁରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଶାଳ ରୋଡ ସୋ କରିଥିଲେ । ଏହି ରୋଡ ସୋରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଯୋଗ ଦେଇଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ । ତେବେ ବହୁ ସଂଖ୍ୟକ ସମର୍ଥକଙ୍କ ଗହଣରେ ଅମିତ ଶାହ ରୋଡ ସୋରେ ଆଗେଇ ଚାଲିଛନ୍ତି । ବିଜେପି ସମେତ ଶାହ ଏବଂ ମୋଦିଙ୍କ ନାଁରେ କମ୍ପୁଥିଲା ବଡ଼ଦାଣ୍ଡ । ଅନ୍ୟପଟେ ଶାହଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.