March 27, 2023

ବରଗଡ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ

1 min read
BJP President Amit saha is coming Baragarh-Aajira-Odisha

ଆଓରି-ଭୁବନେଶ୍ଵର(୦୭/୦୪) : ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ । ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତେ ନିଜ ନିଜର ପ୍ରଚାର ଜୋରଦାର ଚାଲିଛି ।  ନିର୍ବାଚନ ପାଖେଇ ଆସୁଥିବାବେଳେ ବରଗଡ଼ ଜିଲ୍ଲାରେ ପ୍ରଚାର ସେହି ତୁଳନାରେ ଆଗେଇ ନାହିଁ। ଜିଲ୍ଲାକୁ ଏପର୍ଯ୍ୟନ୍ତ ଷ୍ଟାର୍ ପ୍ରଚାରକଙ୍କ ପାଦ ପଡ଼ିନାହିଁ। ତେବେ ଆଜି ଅମିତ ଶାହ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବେ ବରଗଡ଼କୁ ଆସୁଛନ୍ତି। ଶ୍ରୀ ଶାହଙ୍କ ଏହା ପ୍ରଥମ ବରଗଡ଼ ଗସ୍ତ ହୋଇଥିବାରୁ ବିଜେପି ଶିବିରରେ ଉଦ୍ଦୀପନା ସୃଷ୍ଟି ହୋଇଛି । ବିଶେଷକରି ପ୍ରାର୍ଥୀମାନେ ଉତ୍ସାହିତ ଥିବା ବାରି ହେଉଛି।

ବରଗଡ଼ ସହର ମଧ୍ୟରେ ଥିବା ମୋଦି ପଡ଼ିଆରେ ଅମିତ ଶାହ ଆଜି ଅପରାହ୍ନ ଗୋଟାଏ ବେଳେ ପହଂଚିବେ  । ଅଚାନକ ଗସ୍ତ ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ତରବରିଆ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.