March 25, 2023

ପାଟକୁରା ନିର୍ବାଚନକୁ ନେଇ ବିଜେପି ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରିଛି ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୦୬/୦୭) : ପାଟକୁରା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଚଳଚଞ୍ଚଳ ସୃଷ୍ଟି ହୋଇଛି । ଆଗାମୀ ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଗଣତି ହେବ ବୋଲି ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ତେବେ ଏହି ନିର୍ବାଚନକୁ ନେଇ ତିନି ଦଳ ଏବେ ନିଜର ରଣନୀତି ସହ ପ୍ରସ୍ତୁତ ଅଛନ୍ତି ।

ପାଟକୁରା ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପାଟକୁରାରେ ନିଶ୍ଚୟ ବିଜେପି ଜିତିବ । ଏଥିପାଇଁ ବିଜେପି ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରି ସାରିଛି । ବିଜେପି ନିଜସ୍ୱ ଢଙ୍ଗରେ ଏହି ନିର୍ବାଚନ ଲଢିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ପୂର୍ବରୁ ବିଜେଡି ମଧ୍ୟ ପାଟକୁରା ନିର୍ବାଚନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିସାରିଛି । ମୁଖ୍ୟମନ୍ତ୍ରୀ ଏହି ବୈଠକ ଡକାଇଥିଲେ । ବୈଠକରେ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି ନବୀନ । ପ୍ରତି ବିଧାୟକଙ୍କୁ ଗୋଟିଏ ପଞ୍ଚାୟତ ଦାୟିତ୍ୱ ଦେଇଥିବା ବେଳେ ପ୍ରତି ବ୍ଲକ୍‌ର ଦାୟିତ୍ୱ ଗୋଟିଏ ଲେଖାଏଁ ମନ୍ତ୍ରୀଙ୍କୁ ଦେଇଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.