ବଡ଼ମ୍ବାରେ ଆବାସ ଘୋଟାଲା ; ବିଡିଓ-ବ୍ଲକ୍ ଚେୟାରମ୍ୟାନଙ୍କ ଗିରଫ ଦାବି କଲା ବିଜେପି
1 min read
ଆଓରି-ଭୁବନେଶ୍ଵର(୦୫/୧୧) : ପୁଣି ବଡ଼ମ୍ବାରେ ଉଠିଲା ଆବାସ ଘୋଟାଲା କଥା । ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘୋଟାଲାର ତଦନ୍ତକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶିଥିଳ କରିବାକୁ ଚେଷ୍ଟା କରୁଛନ୍ତି । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବଜେପି ନେତା ବିଜୟ କୁମାର ଦଳବେହେରା ଅଭିଯୋଗ କରିଛନ୍ତି ।
ଦୁର୍ନୀତି ପାଇଁ କଟକ ଜିଲ୍ଲା ଗ୍ରାମ୍ୟ ପ୍ରକଳ୍ପ ସହ ନିର୍ଦ୍ଦେଶକ ବଡମ୍ବା ବିଡିଓ ଓ ବଡମ୍ବା ବ୍ଲକ ଚେୟାରମ୍ୟାନଙ୍କ ନାମରେ ବଡମ୍ବା ଥାନାରେ ସରକାରଙ୍କ ପକ୍ଷରୁ ଏତଲା ଦିଆଯାଇଛି । ତେବେ ବଡମ୍ବା ବିଧାୟକ ତଥା ଶାସକ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ତଦନ୍ତକୁ ଶୀଥଳ କରିବା ଲାଗି ଅପଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଏହା ସହିତ ବଡମ୍ବା ବିଡିଓ ଓ ବ୍ଲକ ଚେୟାରମ୍ୟାନଙ୍କୁ ୧୦ ଦିନ ଭିତରେ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ଦାବି ପୁରଣ ନହେଲେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।