April 19, 2024

ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସନତ ଗଡତିଆ

1 min read

ଆଓରି-ଭୁବନେଶ୍ଵର(୩୦/୦୬) : ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ନିଜ ସମର୍ଥକଙ୍କ ସହିତ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପି ନେତା ପ୍ରଦୀପ ପୁରୋହିତ, ଇରାଶିଷ ଆଚାର୍ଯ୍ୟଙ୍କସହ ବହୁନେତା ଓ ସମର୍ଥକ ଉପସ୍ଥିତ ଥିଲେ ।

ଗତ ନିର୍ବାଚନରେ ସନତ ଗଡ଼ତିଆ ବିଜେପୁରରୁ ୫୩,୪୮୨ ଭୋଟ୍‌ ସହ ନବୀନ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ଥିଲେ । ଏହାସହ ନବୀନ ପଟ୍ଟନାୟକ ବିଜେପୁରରୁ ବିଜୟୀ ହୋଇଥିଲେ । ତେବେ ନବୀନ ପଟ୍ଟନାୟକ ବିଜେପୁରରୁ ଇସ୍ତଫା ଦେବା ପରେ ପୁଣି ବିଜେପୁର ପାଇଁ ଆସିଛି ଉପନିର୍ବାଚନ ପର୍ବ ।

୨୦୧୮ରେ କଂଗ୍ରେସ ନେତା ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିବା ସହ ବିଜୟୀ ହୋଇଥିଲା । ପରେ ୨୦୧୯ସାଧାରଣ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ ହୋଇ ଜିତିଥିଲେ । ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.