ଖୋର୍ଦ୍ଧାରେ ବିଜେପିର ବିଜୟ ସଂକଳ୍ପ ପଦଯାତ୍ରା ଆରମ୍ଭ
1 min read
ଆଓରି-ଭୁବନେଶ୍ଵର(୧୨/୦୩) : ଖୋର୍ଦ୍ଧାର ନିରାକରପୁରରେ ବିଜେପିର ବିଜୟ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି । ଖୋର୍ଦ୍ଧା ବିଜେପି ପକ୍ଷରୁ ଟାଗିଂ ବ୍ଲକ ୧୨ନଂ ଜୋନ ନିରାକାରପୁର ଠାରେ ଏକ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବିଜୟ ସଂକଳ୍ପ ସମାବେଶରେ ବିଜେପି ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ ଗାଁ ବୁଲି ଲୋକମାନଙ୍କ ସମସ୍ୟା ପଚାରିବୁଝିଥିଲେ । ନିରାକାରପୁର ଗଣେଶ ପଡିଆ ଠାରେଏକ ପଥପ୍ରାନ୍ତ ସଭାରେ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ସଂପର୍କରେ କହିଥିଲେ ଏବଂ ରାଜ୍ୟରେ କିଭଳି ବିକାଶ ହୋଇପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ।