ଏକାଠି ଲଢିବେ ବିଜେପି-ଶିବସେନା
1 min readଆଓରି-ନୂଆଦିଲ୍ଲୀ(୧୯/୦୨) : ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକାଠି । ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିବାକୁ ନେଇ ଭାଗବଣ୍ଟା ସରିଛି । ବିଜେପି ୨୫ ଓ ଶିବସେନା ୨୩ ଲୋକସଭା ସିଟରେ ନିର୍ବାଚନ ଲଢିବେ ।
ଏହି ପରି ବିଧାନସଭା ନିର୍ବାଚନରେ ଦୁଇ ପାର୍ଟି ସମାନ ସିଟରେ ଲଢିବେ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏହି ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିଟ୍ ବଣ୍ଟନ ପୂର୍ବରୁ ଦୁଇ ପାର୍ଟି ମଧ୍ୟରେ ରାମ ମନ୍ଦିର ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ୨୫-୨୩ ରେ ଆସନରେ ବୁଝାବଣା ହୋଇଛି । ବିଜେପି ଓ ଶିବସେନା ଗତ ୨୫ ବର୍ଷ ହେଲା ଏକାଠି ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ଆମେ ଏକାଠି ନଥିଲୁ, ତଥାପି ଆମେ ଏକାଠି ହୋଇ ସରକାର ଚଳାଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଫଡନଭିସ ।