ବିଜେପିରେ ଯୋଗଦେଲେ ପୁରୁଖା ବିଜେଡ଼ି ଯୁବନେତା ବାବୁ ସିଂହ
1 min read
ଆଓରି-ଭୁବନେଶ୍ଵର(୧୩/୦୩) : ବିଜେପିରେ ମିଶିଲେ ବାବୁ ସିଂହ । ନିଜ ସମର୍ଥକଙ୍କ ସହ ବାବୁ ସିଂହ ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଗତ ୯ତାରିଖରେ ବିଜେଡି ତଥା କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବାବୁ ସିଂହ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଜଣେ ଶକ୍ତିଶାଳୀ ସଂଗଠକ ହେଉଛନ୍ତି ବାବୁ ସିଂହ । ବାବୁ ସିଂଙ୍କ ସମର୍ଥକଙ୍କ ସହ ଅନେକ ଯୁବ ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।