March 21, 2023

ବିଜେଡ଼ିରୁ ଇସ୍ତଫା ଦେଲେ ବାବୁ ସିଂହ

1 min read

ଆଓରି-ଭୁବନେଶ୍ଵର(୦୯/୦୩) : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ବଦଳୁଛି ରାଜନୈତିକ ପାଣିପାଗ । ନିର୍ବାଚନରେ ଅଂଶଗ୍ରହଣ କରିବା ସହ ଟିକେଟ ପାଇବା ପାଇଁ ଅଙ୍କକଷା ସାରିବା ପରେ କିଏ ଦଳ ଛାଡ଼ୁଛି ତ ପୁଣି କିଏ ଅନ୍ୟ ଦଳରେ ମିଶୁଛି ।

ସେହିଭଳି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବେଳେ ବାବୁ ସିଂହ ଦଳ ଛାଡ଼ିଛନ୍ତି । ବିଜେଡିର ଭୁବନେଶ୍ୱରର କାର୍ଯ୍ୟକାରୀ ସଭାପତି ଥିଲେ ବାବୁ । ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ ବୋଲି ମଧ୍ୟ ସୂଚନା ମିଳିଥିଲା ।

ତେବେ ବାବୁ ସିଂହ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଟିକେଟ୍ ନପାଇବା ନେଇ ସ୍ପଷ୍ଟ ହୋଇଯିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.