ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଚର୍ଚ୍ଚିତା କୁସୁମ ଟେଟେ
1 min read
ଆଓରି-ଭୁବନେଶ୍ଵର(୧୯/୦୩) : ଅବଶେଷରେ ବିଜୁ ଜନତା ଦଳରୁ ବହୁ ଚର୍ଚ୍ଚିତା କୁସୁମ ଟେଟେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଘୋଷଣା ଦେଇଥିବା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂହଙ୍କୁ ବିଧାନସଭା ଟିକେଟ୍ ଦେଇଛି।
ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି ଖଟାଗଲା,ଆଉ ପରିଣାମ ଏହିଭଳି । ସେ ଅଭିଯୋଗ କରିଛନ୍ତି ଯେ ବିଜୁ ଜନତା ଦଳ ୩୩% ମହିଳାଙ୍କୁ ଟିକେଟ ଦେବା କଥା ମିଛ । ଏହାପରେ ସେ କେଉଁ ଦଳକୁ ଯିବେ ବା ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିବେ ତାହା ଖୁବ୍ ଶୀଘ୍ର ସ୍ଥିର କରିବେ ବୋଲି କହିଛନ୍ତି।