March 18, 2023

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବିଜେଡି କର୍ମୀ

1 min read
bjd-employees-to-burn-effigies-of-chief-minister-Aajira-Odisha

ଆଓରି-ଭୁବନେଶ୍ଵର(୨୦/୦୩) : ପୁରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଫାଟ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଜେଡିରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଶନ କୁମାର ବରାଳଙ୍କୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ବହିଷ୍କାର କରିବା ପ୍ରତିବାଦରେ ଟାୟାର ଜାଳି କୁଶପୁତ୍ତଳିକା ଦାହ କରିଛନ୍ତି । ସୂଚନାଯୋଗ୍ୟ ଯେ ସୋମବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୧୦୦୦ରୁ ଉର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀମାନେ ଭୁବନେଶ୍ୱର ନବୀନ ନିବାସରେ ପହଞ୍ଚି ବିଧାୟକ ସଂଜୟ କୁମାର ଦାସବର୍ମାଙ୍କ ଦଳବିରୋଧୀ କାର୍ଯ୍ୟକ୍ରମ ଉପରେ ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଅଭିଯୋଗର୨୪ ଘଣ୍ଟା ନପୁରୁଣ ଅଭିଯୋଗକାରୀଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ବିଜେଡି କର୍ମୀ ମଙ୍ଗଳବାର ରାତିରେ ବିଧାୟକ ସଂଜୟ କୁମାର ଦାସବର୍ମା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହାକୁ ନେଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଅସନ୍ତୋଷ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.