March 15, 2023

ପଦ ହରାଇବା ସହିତ ଗିରଫ ହେଲେ ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀ

1 min read

ଆଓରି-ଭୁବନେଶ୍ଵର(୦୯/୦୩) : ଦାଦାଗିରି ପାଇଁ ନେତାଙ୍କ ପଦ ଗଲା । ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀ ଗିରଫ ହେବା ପରେ ଆଜି ତାଙ୍କୁ ପଦ ହରାଇବାକୁ ପଡିଛି । ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏନେଇ ସୂଚନା  ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜୁ ଯୁବ ଜନତା ଦଳର କିଛି ଯୁବ ନେତା ସହିଦନଗର ଥାନାରେ ପୋଲିସ ଅଧିକାରୀଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ଆସିଥିଲା । ତେବେ ଏନେଇ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି ପୋଲିସ୍ । କମିସନରେଟ୍ ପୋଲିସ ବିଜୁ ଯୁବ ଜନତା ଦଳର ଉପସଭାପତି ତଥା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ଥାନାରେ ଭଙ୍ଗାରୁଜା ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ଲିପୁ ସ୍ୱାଇଁ , ଶିବା ରେଡ୍ଡୀ , ଅମିତ ଜେନା , ଅଶୋକ ମଲ୍ଲିକ , ଶିବାନନ୍ଦ ଓ ବାଣିକଲ୍ୟାଣ ମହାନ୍ତିଙ୍କୁ ଗିରଫ କରିଥିଲା  ।

ପ୍ରକାଶ ଥାଉ କି, ଥାନାରେ ଗତ ରବିବାର ଦିନ ୧୫ରୁ ୨୦ଜଣ ଦୁର୍ବୃତ୍ତ ଆସି ଆଇଆଇସି ଓ ଡ଼ିସିଓଙ୍କ ସମେତ ଚାରି ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଡ଼ିସିଓ ଗୁରୁତର ହୋଇପଡ଼ିଥିଲେ । ଦୁର୍ବୃତ୍ତମାନେ ପୋଲିସଙ୍କୁ ମାଡ଼ ମାରିବା ସହ ଥାନରେ ଭଙ୍ଗାରୁଜ୍ଜା ମଧ୍ୟ କରିଥିଲେ । ଏହି ଘଟଣାରେ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହାସହ ପୋଲିସକୁ ମାଡ ମାରିଥିବା ବ୍ୟକ୍ତି ବିଜୁ ଜନତା ଦଳର ଜଣେ ଯୁବନେତା ହୋଇଥିବା ଜଣାପଡିଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.