March 26, 2023

ଅଗଷ୍ଟ ୧ ତାରିଖ ଠାରୁ ଖୋଲିବ ଭିତରକନିକା

1 min read
Bhitar-Kanika-Aajira-Odisha

ଆଓରି-ଭୁବନେଶ୍ଵର(୨୯/୦୭) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଏହି ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରଖାଯାଇଛି। ବଉଳା କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରଖାଯାଇଛି। ଚଳିତବର୍ଷ ପ୍ରଜନନ ଋତୁରେ କେବଳ କନିକା ରେଞ୍ଜରେ ବଉଳା କୁମ୍ଭୀର ୯୨ଟି ବସା କରି ଅଣ୍ଡା ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.