April 20, 2024

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

1 min read

ଆଓରି-ଭୁବନେଶ୍ଵର(୦୧/୦୮) : ଆଜିଠାରୁ ଖୋଲିଲା ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ପହିଲାରୁ ବନ୍ଦ ରହିଥିଲା ଉଦ୍ୟାନ । ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ପ୍ୟଟକଙ୍କ ପାଇଁ ଆଜି ଅଭୟାରଣ୍ୟ ଖୋଲିବାକୁ ଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ । ମୁଖ୍ୟତଃ ଏଠାରେ ଥିବା ବଉଳା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି।

ଚଳିତବର୍ଷ ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣଲାଗି ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟର ବ୍ୟବସ୍ଥା କରାଯାଇଛି । ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ପ୍ୟଟକ ଅଭୟାରଣ୍ୟରେ ପହଂଚିପାରିବେ । ସୁରକ୍ଷା ଦୃଷ୍ଟିରୁ ପର୍ପ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଏବଂ ଲାଇଫ ଜ୍ୟାକେଟ ବାଧ୍ୟତା ମୂଳକ କରାଯାଇଛି । ତେବେ ସାରା ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଏହାର ମନୋରମ ଦୃଶ୍ୟ ଦେଖିବା ପାଇଁ ଆସନ୍ତି । କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତ୍ୟେକ ବର୍ଷ କୁମ୍ଭୀରଙ୍କ ପ୍ରଜନନ ପାଇଁ କିଛି ଦିନ ଅଭୟାରଣ୍ୟ ବନ୍ଦ ରହିଥାଏ । ତେବେ ଅନେକ ଦିନ ପରେ ଖୋଲିବା ପରେ ପର୍ପ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସ୍ୱାଗତ ମଧ୍ୟ କରାଯାଉଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.