April 25, 2024

ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ

1 min read

ଆଓରି-ଭୁବନେଶ୍ଵର(୩୦/୦୩) : ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ, ଭଦ୍ରକ ଜିଲା ବିଜେଡି ସଭାପତି ପଦରୁ ଇସ୍ତାଫ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫାପତ୍ରରେ ନିଜର ବିଷ ଓଗାଳିଛନ୍ତି। ସେ ଦର୍ଶାଇଛନ୍ତି, ‘ଆପଣଙ୍କୁ ଭେଟି ପୁଅକୁ ଭଦ୍ରକ ଲୋକସଭା ଟିକେଟ ପାଇଁ କହିଥିଲି। କିନ୍ତୁ ପ୍ରାର୍ଥୀ ତାଲିକାରୁ ପୁଅ ନାଁକୁ କାଟି ଦିଆଯାଇଥିଲା।

ଏଥିପାଇଁ ଆପଣଙ୍କୁ ଭେଟିବାକୁ ନବୀ ନିବାସ ଯାଇଥିଲି। ୪ ଘଣ୍ଟା କାଳ ଅପେକ୍ଷା କଲେ ବି ଭେଟିବାକୁ ସୁଯୋଗ ମିଳିଲାନି। ଆପଣଙ୍କ କ୍ଷମତା କେନ୍ଦ୍ରମାନେ ଭେଟ କରାଇ ଦେଲେନି। ପରିଣତ ବୟସରେ ମୋତେ ଏଭଳି ଅବହେଳା ସହ୍ୟ ହେଲାନି। ଏହା ଆଘାତ ଦେଲା, ବିଜେଡି ପାଇଁ ମୁଁ ଅନାବଶ୍ୟକ ମନେକଲି। ବିଜୁ ବାବୁଙ୍କ ନୀତି ଆଦର୍ଶକୁ ଦଳ ଭୁଲି ଯାଇଛି ବୋଲି ଅର୍ଜୁନ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.