March 25, 2023

ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ

1 min read

ଆଓରି-ଭୁବନେଶ୍ଵର(୩୦/୦୩) : ବିଜେଡି ଛାଡ଼ିବା ପରେ ଅର୍ଜୁନ ବିଜେପିରେ ମିଶିବେ ବୋଲି ଅନୁମାନ କରାଯାଉଥିଲା । ତାହା ଏବେ ସତ୍ୟରେ ପରିଣତ ହୋଇଛି । ବିଜେଡିରୁ ଆଜି ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ସନ୍ଧ୍ୟାରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ମିଶିଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ‘ପଦ୍ମ’ ଧରିଲେ ଅର୍ଜୁନ । ଏହାସହ ତାଙ୍କ ପୁଅ ଅଭିମନ୍ୟୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଆସନ୍ତା ନିର୍ବାଚନ ପାଇଁ ବିଗୁଲ ବାଜି ସାରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । କିଏ କେତେବେଳେ ଦଳ ଛାଡ଼ୁଛି ପୁଣି ଅନ୍ୟ ଦଳରେ ମିଶୁଛି କହିବା କଷ୍ଟକର ହୋଇପଡ଼ୁଛି । ତେବେ ନିର୍ବାଚନ ପୂର୍ବରୁ ସବୁ ଦଳରେ ଟିକେଟ୍‌ ଅସନ୍ତୋଷ ବଢିବାରେ ଲାଗିଛି । ଠିକ୍‌ ସେହିପରି ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଟିକେଟ୍‌ ଅସନ୍ତୋଷ ଲିଷ୍ଟରେ ଯୋଡ଼ି ହୋଇଛନ୍ତି । ଆଜି  ବିଜେଡିରୁ ଇସ୍ତଫା ଦେବା ପରେ ‘ପଦ୍ମ’ ଧରିଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ।

ଅର୍ଜୁନ ସେଠୀ  ନିର୍ବାଚନ ମୈଦାନରେ ବହୁବାର ଇନିଂସ୍‌ ଖେଳି ସାରିଥିବା ବେଳେ ଏବେ ନିଜ ପୁଅ ଅଭିମନ୍ୟୁଙ୍କୁ ଓହ୍ଲାଇବା ପାଇଁ ଛାହୁଁଛନ୍ତି । ଅର୍ଜୁନ ପଦ୍ମ ଧରିବା ପରେ ତାଙ୍କ ପୁଅଙ୍କୁ ଭଦ୍ରକରୁ ଲୋକସଭା ପ୍ରାର୍ଥୀ କରିପାରେ ବିଜେପି, ଏଭଳି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.