August 8, 2022

ଭୃସଙ୍ଗପତ୍ର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ

1 min read
Aajira-Odisha

ଭୃସଙ୍ଗପତ୍ର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଭୃସଙ୍ଗପତ୍ରକୁ କେବଳ ସୁଗନ୍ଧ ଓ ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ବ୍ୟବହାର କରାଯାଏ। ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ମଧୁମେହରୁ ମୁକ୍ତି ମିଳେ। ଏହା ରକ୍ତର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରିତ କରିଥାଏ ବୋଲି ବନାରସ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭୃସଙ୍ଗପତ୍ର ରସ ଲିଭରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରି ଏହାର କାର୍ଯ୍ୟକୁ ସ୍ୱାଭାବିକ କରେ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି । ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇବା ଖାଇଲେ ଦ୍ୱାରା ମେଦବହୁଳତାରୁ ମିଳେ ମୁକ୍ତି। ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ। ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.