ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ
1 min read
ଆ.ଓ.ରି(୩|୫)-
ଭାଲୁର ଭୟଙ୍କର ରୂପ। ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ମଣିଷକୁ। ଘଟଣା ଘଟିଛି ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଫାର୍ସାଗୁଡ଼ା ନିକଟରେ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ଆକ୍ରମଣରେ ଶିକାର ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଦଳେଇଗୁଡ଼ାର ପ୍ରଭୁ ଭତ୍ରାଅ। ସେ ଜଣେ ଡ୍ରାଇଭର। ଛତିଶଗଡ଼କୁ ଭଡ଼ାରେ ଯାଇ ଗତକାଲି ଅପରାହ୍ନରେ ଏକୁଟିଆ ସେ ଫେରୁଥିଲେ। ତେବେ ଫାର୍ସାଗୁଡ଼ା ଗାଁ ନିକଟ ରାସ୍ତା କଡ଼ରେ ଗାଡ଼ି ରଖି ପରିସ୍ରା କରୁଥିବାବେଳେ ଭାଲୁଟି ଆସି ତାଙ୍କୁ ଟାଣିନେଇ ଏଭଳି ଭାବେ ଆକ୍ରମଣ କରିଥିଲା।