April 19, 2024

ଆୟୁଷ୍ମାନ ପ୍ରତିଷ୍ଠାନ ସଂଘ ତରଫରୁ ଦିଲ୍ଲୀରେ ଡ. କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉତ୍ସବ

1 min read

ଆଓରି-ନୂଆଦିଲ୍ଲୀ(୧୮/୦୨) : ଗତ କାଲି ଓଡିଆ ସାହିତ୍ୟ ଜଗତର ଅନନ୍ୟ ପ୍ରତିଭାର ଅଧିକାରୀ ସମାଜସେବୀ ତଥା ଦକ୍ଷ ଚିକିତ୍ସକ ସ୍ଵର୍ଗତାଃ ଡ. କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉତ୍ସବ ଆୟୁଷ୍ମାନ ପ୍ରତିଷ୍ଠାନ ସଂଘ ତରଫରୁ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରବକ୍ତା ତଥା କେନ୍ଦ୍ରାପଡା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ବେହେରା , ଦିଲ୍ଲୀ ସାରସ୍ଵତ ସଂଘର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ ଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କୁନ୍ତଳା କୁମାରୀ ସାବତ କେବଳ ଜଣେ ଲେଖିକା କିମ୍ବା ସାହିତ୍ୟିକ ନଥିଲେ , ସେ ଜଣେ ସମାଜ ସଂସ୍କାରକ ନିଜର ଅସାଧାରଣ ପରିଚୟ ସୃଷ୍ଟି କରିଥିଲେ । ଓଡିଆ ମାଟି , ଓଡିଆ ଭାଷା , ସାହିତ୍ୟକୁ ସମ୍ବନ୍ଧ କରିବା ପାଇଁ  ଆମକୁ ଆଗକୁ ପ୍ରୟାସ ଜାରି ରଖିବାକୁ ପଡିବ। ଏହା ସହିତ ପୂଜ୍ୟ ପୂଜାର ପରମ୍ପରାକୁ ଉଜ୍ଜିବିତ କରି ରଖିଥିବା ଆୟୁଷ୍ମାନ ପ୍ରତିଷ୍ଠାନ ସଂଘକୁ  ପ୍ରସଂଶା କରିଥିଲେ ଜ୍ଞାନରଞ୍ଜନ ବେହେରା ।

ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସଂଗ୍ରାମ ଧର ନିଜ ବକ୍ତବ୍ୟରେ ଡ. କୁନ୍ତଳା କୁମାରୀ ସାବତ ନିଜର କର୍ମମୟ , ପରିବର୍ତ୍ତିତ ବ୍ୟସ୍ତ ବହୁଳ ଜୀବନରେ ଆବଦ୍ଧ ରହି ମଧ୍ୟ କବିତା , ଗଳ୍ପ , ଉପନ୍ୟାସ ଲେଖି ନିଜର ଅପୂର୍ବ ପ୍ରତିଭାର ପରିଚୟ ଦେଇଥିଲେ । ଜଣେ ସମାଜସେବୀ , ସୁପ୍ରସିଦ୍ଧ ଚିକିତ୍ସିକା , ଔପନ୍ୟାସିକା , ଲେଖିକା ଭାବେ ଓଡିଆ ସାହିତ୍ୟ ଜଗତକୁ ସେ ବେଶ ସମୃଦ୍ଧି ଋଦ୍ଧିମନ୍ତ କରିଛନ୍ତି ବୋଲି ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆ ବିକାଶ ସମିତିର ସଭାପତି କୃଷ୍ଣଚନ୍ଦ୍ର ସାହୁ , ଭାଜପା ଦିଲ୍ଲୀ ପୂର୍ବାଞ୍ଚଳ ମୋର୍ଚ୍ଚାର ଅଧ୍ୟକ୍ଷ ମନୀଷ ସିଂହ , ସଞ୍ଜୟ ମିଶ୍ର, ଶ୍ରୀମନ୍ତ ବିଶ୍ଵାଳ ଆଦି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ଆୟୁଷ୍ମାନ ପ୍ରତିଷ୍ଠାନ ସଂଘର ସଭାପତି ନିବେଦିତା ଜେନା ଏବଂ ଶ୍ରୀମନ୍ତ ବିଶ୍ଵାଳଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସୁପରିଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.