June 30, 2022

ନିୟମ ଉଲଂଘନ କରି ୪୭ ହଜାର ୫୦୦ ଟଙ୍କା ଫାଇନ୍ ଗଣିଲେ ଅଟୋ ଚାଳକ

1 min read
auto-rickshaw-driver-in-bhubaneswar-fined-rs-47500-for

ଆଓରି-ଭୁବନେଶ୍ଵର(୦୪/୦୯) : ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ୍‌ ଗାଡ଼ି ଚାଳକଙ୍କ ନିଦ ହଜାଇଲାଣି । ଗାଡ଼ି ଚାଳକଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଥିବା ବେଳେ ପୋଲିସ ଅଧିକାରୀ ଏବଂ ଆରଟିଓ ଅଧିକାରୀ ଏହି ନିୟମ ଉଲ୍ଲଂଘନ କଲେ ଦୁଇ ଗୁଣା ଫାଇନ୍‌ ଗଣିବେ । ପ୍ରଥମ ଦିନରେ ଏହି ନୂଆ ନିୟମ ଅନୁସାରେ ରାଜ୍ୟରେ ୨ ଲକ୍ଷ ୧୩ହଜାର ଫାଇନ୍‌ ଆଦାୟ ହୋଇଛି । ତାପରେ ଗଣେଶ ପୂଜା ଏବଂ ନୂଆଖାଇରେ ଚେକିଂ ପ୍ରକ୍ରିୟା କୋହଳ ହୋଇଥିଲା । ଚାଳକଙ୍କୁ କେବଳ ସଚେତନ କରାଇ ଛାଡ଼ି ଦିଆଯାଇଥିଲା ।

କିନ୍ତୁ ଆଜି ପୁଣି ଚେକିଂ ଜୋରଦାର ଚାଲିଛି । ଏହି କ୍ରମରେ ଫାଇନ୍‌ ମଧ୍ୟ ଆଦାୟ ହେଉଛି । ତେବେ ଆଜି ଜଣେ ଅଟୋ ଡ୍ରାଇଭରଙ୍କ ଉପରେ  ଯେଉଁଭଳି ଭାବେ ଫାଇନ୍‌ ଲାଗୁ ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜଧାନୀ ଭୁବନେଶ୍ୱରର ଅଟୋ ଚାଳକଙ୍କ ଉପରେ ଏକାଧିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୭ ହଜାର ୫୦୦ ଟଙ୍କା। ଫାଇନ୍‌ କଟାଯାଇଛି । ଅଟୋଚାଳକ ଜଣକ ଆଚାର୍ଯ୍ୟ ବିହାରର ବୋଲି ଜଣାପଡ଼ିଛି । ଏହାସହ ଏହି ଜରିମାନା ଟଙ୍କା ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ପାର୍କ ଅଫିସରେ ଦାଖଲ କରିବାକୁ ଅଟୋ ଡ୍ରାଇଭରଙ୍କୁ କୁହାଯାଇଛି ।

ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ତାଙ୍କ ଉପରେ ୨୦୦୦ ଟଙ୍କା ଜରିମାନା ଲଗାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.