ପ୍ରଥମ ଦିନିକିଆରେ ଭାରତକୁ ୨୩୭ ରନ୍ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
1 min read
ଆଓରି-ନୂଆଦିଲ୍ଲୀ(୦୨/୦୩) : ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଶନିବାର ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୩୭ ରନ୍ ଟାର୍ଗେଟ ମିଳିଛି। ଭାରତର ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବ ଗୋଟିଏ ଓ୍ଵିକେଟ ନେଇଛନ୍ତି।
ପାଞ୍ଚ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ହାଇଦ୍ରାବାଦ୍ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ ୩ଟି ବଲ୍ ଖେଳି କୌଣସି ରନ୍ ନନେଇ କୁଲଦୀପ ଯାଦବଙ୍କ ଦ୍ୱାରା ପାଭଲିଅନ୍ ଫେରିଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଓ୍ଵିକେଟ୍ରେ ୮୭ ରନ୍ ସଂଗ୍ରହ କରିଥିଲା। ଉସ୍ମାନ ଖାଓ୍ଵଜା (୫୦ ରନ୍) ଏବଂ ମାର୍କସ ଷ୍ଟୋନିସ (୩୭ ରନ୍) ଏହି ରନ୍ ହାସଲ କରିଥିଲେ।