March 27, 2023

ପଶ୍ଚିମବଙ୍ଗରେ ବିଜେପି ସାଂସଦଙ୍କ ଘରକୁ ବୋମାମାଡ଼ ; ଟିଏମସି ବିରୋଧରେ ଅଭିଯୋଗ

1 min read
Arjun-singh-mp-aajira-odisha

ଆଓରି-ନୂଆଦିଲ୍ଲୀ(୨୫/୦୭) : ଲୋକସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ରାଜନୈତିକ ହିଂସା ଥମନୁାହିଁ। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମସି ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ରାତିରେ ବୈରକପୁରର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଭାଟପାରାସ୍ଥିତ ଘରକୁ ବୋମାମାଡ଼ କରାଯାଇଛି। ଅର୍ଜୁନଙ୍କ ଭଣତା ତଥା ଭାଟପାରା ନଗର ନିଗମ ଅଧ୍ୟକ୍ଷ ସୌରଭ ସିଂହ ଏଥିପାଇଁ ଟିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି। ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ସୌରଭ କହିଛନ୍ତି ଯେ, କେବଳ ବୋମାମାଡ଼ ହୋଇନାହିଁ। ଗୁଳିମାଡ଼ ମଧ୍ୟ କରାଯାଇଛି। ଏହି ଆକ୍ରମଣ ପଛରେ ଟିଏମସି ନେତାଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ଅର୍ଜୁନ ସିଂହଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅର୍ଜୁନଙ୍କ ଘର ବାହାରେ ପୁଲିସ, ଆରଏଏଫ ମୁତୟନ ହୋଇଛନ୍ତି। ବୈରକପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୌରଭଙ୍କ କହିବା ଅନୁସାରେ, ବୁଧବାର ରାତି ପ୍ରାୟ ୯ଟାରେ ଆମେ ମାମୁଙ୍କ ଘରେ ପହଞ୍ଚିଥିଲୁ। ହଠାତ ଆମ ଘର ଉପରକୁ ୨ଟି ବୋମା ମାଡ଼ କରାଯାଇଥିଲା। ଆମେ ବାହାରକୁ ଆସି ଦେଖିବା ବେଳକୁ ସଠୋରେ ଟିଏମସି ନେତା ପ୍ରମୋଦ ସିଂହ, ନବନୀତ ସିଂହ, ରଞ୍ଜିତ ସିଂହ ଏବଂ ହରଗୋବିନ୍ଦ ସିଂହଙ୍କୁ ଦେଖିଥିଲୁ। ସେମାନଙ୍କ ପାଖରେ ବିଭିନ୍ନ ଅସ୍ତ୍ରଶସ୍ତ ଏବଂ ବନ୍ଧୁକ ମଧ୍ୟ ଥିଲା। ଆମକୁ ଦେଖି ସେମାନେ ଆମ ଉପରକୁ ଗୁଳିମାଡ଼ କରିଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.