ନୌଚାଳନା ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ
1 min readଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୪/୮) : ଏସୀୟ କ୍ରୀଡ଼ା ନୌଚାଳନା ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ଆଜି ଭାରତ ମୋଟ ୩ଟି ପଦକ ଜିତିଛି। ତିନିଟି ଯାକ ପଦକ ନୌଚାଳନାରୁ ହିଁ ଆସିଛି। ପୂର୍ବରୁ ନୌଚାଳନାରେ ଭାରତକୁ ଦୁଇଟି କାଂସ୍ୟ ପଦକ ମିିଳିଥିଲା। ଏଥିସହିତ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୨ କାଂସ୍ୟ ପଦକ ସହିତ ମୋଟ ୨୧ଟି ପଦକ ଜିତି ଭାରତ ପଦକ ତାଲିକାର ୯ମ ସ୍ଥାନକୁ ଉନ୍ନୀତ ହୋଇଛି।
ଆଜି ନୌଚାଳନା ଲାଇଟ୍ୱେଟ୍ ସିଙ୍ଗଲ୍ ସ୍କଲ୍ରେ ଦୁଷ୍ମନ୍ତ କାଂସ୍ୟ ପଦକ ଜିତିଥିଲେ। ପୁରୁଷ କ୍ୱାଡ୍ରପଲ୍ ସ୍କଲ୍ରେ ଭାରତର ସ୍ୱୟଂ ସିଂହ, ଦାତ୍ତୁ ଭୋକାନାଲ୍, ଓମ୍ ପ୍ରକାଶ ଓ ସୁଖ୍ମିତ୍ ସିଂହଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ରେ ରୋହିତ୍ କୁମାର ଓ ଭଗବାନ ସିଂହ ଭାରତ ପାଇଁ ଆଜିର ଦ୍ୱିତୀୟ ତଥା ୧୨ତମ କାଂସ୍ୟ ପଦକ ଆଣିଥିଲେ।