March 25, 2023

ବିଜେପିରେ ଯୋଗ ଦେଲେ ପଞ୍ଜାବ ଭଟିଣ୍ଡା ଆମ ଆଦମୀ ପାର୍ଟି ସାଂସଦ ହରିନ୍ଦର ସିଂହ ଖାଲସା

1 min read

ଆଓରି-ନୂଆଦିଲ୍ଲୀ(୨୮/୦୩) : ପଞ୍ଜାବ ଭଟିଣ୍ଡା ଆମ ଆଦମୀ ପାର୍ଟି (ଆପ)ର ସାଂସଦ ହରିନ୍ଦର ସିଂହ ଖାଲସା ଦଳ ତ୍ୟାଗ କରି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ହରିନ୍ଦର ବିଜେପିରେ ମିଶିଥିଲେ। ପ୍ରକାଶ ଯେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆପର ରାଷ୍ଟ୍ରୀୟ ସଂଯୋଜକ କେଜରିୱାଲ ସାଂସଦ ହରିନ୍ଦରଙ୍କୁ ନିଲମ୍ବିତ କରିଥିଲେ। ନିଲମ୍ବନର କିଛି ଦିନ ପରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ହରିନ୍ଦର ସିଂହ ଏବେ ପଞ୍ଜାବ ପତେହଗଡ଼ ସାହିବର ସାଂସଦ ଅଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.