ଆଖି ଚୋରି ଘଟଣାକୁ ନେଇ ଆସନ୍ତାକାଲି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଲା ବିଜେପି
1 min read
ଆଓରି-ଭୁବନେଶ୍ଵର(୨୩/୦୭) : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ଉଭାନ୍ ଘଟଣାକୁ ଜିଲ୍ଲା ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଜେପି ଅଭିଯୋଗ କରିଛି ଯେ, ସ୍ଥାନୀୟ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ସରକାର ଏହି ଆଖି ଚୋରି ଘଟଣା ପାଇଁ ଦାୟୀ । ପ୍ରଥମ ଘଟଣା ଘଟିବା ପରେ ଯଦି ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ କର୍ତ୍ତୃପକ୍ଷ ସଜାଗ୍ ହୋଇଥାନ୍ତେ, ତେବେ ଦ୍ୱିତୀୟ ଥର ଏଭଳି ଘଟଣା ସାମ୍ନାକୁ ଆସିନଥାନ୍ତା ।

ତେବେ ଏହି ଘଟଣାରେ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆସନ୍ତାକାଲି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି । ଏଥିରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ତଦନ୍ତ କରି ଚିହ୍ନଟ କରଯାଉ । ଏବଂ ସେମାନଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ ଏହି ଘଟଣାରେ ଯଦି ଯଥାଶୀଘ୍ର ଦୋଷୀ ଧରା ନପଡ଼ନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତେବନୀ ଦେଇଛନ୍ତି ସ୍ଥାନୀୟ ବିଜେପି ନେତା ପ୍ରତାପ ପ୍ରଧାନ ।
ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଓ ମହିଳା ହିଂସା ବଢ଼ୁଥିବା ବେଳେ ସେପଟେ ନାବାଳିକା ନିଖୋଜ ଘଟଣାକୁ ନେଇ ବିଧାନସଭା ଉଠୁଛି ପଡ଼ୁଛି ।