March 30, 2023

ବିଶ୍ଵବ୍ୟାଙ୍କ ଏମ୍‌ଡି ଭାବରେ ନିଯୁକ୍ତ ଅଂଶୁଳା କାନ୍ତ

1 min read

ଆଓରି-ନୂଆଦିଲ୍ଲୀ(୧୩/୦୭) : ଭାରତୀୟ ଅର୍ଥନୀତିଜ୍ଞ ଅଂଶୁଳା କାନ୍ତ ବିଶ୍ଵ ବ୍ୟାଙ୍କର ପ୍ରଥମ ମହିଳା ପରିଚାଳନା ନିର୍ଦେଶକ(ଏମ୍‌ଡି) ତଥା ଚିଫ୍‌ ଫାଇନାନ୍‌ସିଆଲ ଅଫିସର(ସିଏଫ୍‌ଓ) ଭାବେ ନିଯୁକ୍ତ ହୋଇଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)ର ଏମ୍‌ଡି ତଥା ସିଏଫ୍‌ଓ ଭାବେ କାର୍ଯ୍ୟ କରୁଥିବା ୬୦ବର୍ଷୀୟା ଅଂଶୁଳାଙ୍କର ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ରରେ ଦୀର୍ଘ ୩୫ବର୍ଷର ଅଭିଜ୍ଞତା ରହିଛି।

ଅର୍ଥନୀତିରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସହ ବହୁବିଧ ଆର୍ଥିକ ପରିଚାଳନାରେ ତାଙ୍କର ଦକ୍ଷତାକୁ ବିଶ୍ଵବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍‌ ପ୍ରଶଂସା କରିଛନ୍ତି। ବିଶ୍ଵବ୍ୟାଙ୍କରେ ଯୋଗଦେବା ପରେ ସେ ପ୍ରତ୍ୟକ୍ଷ ଭାବେ ମାଲପାସ୍‌ଙ୍କ ସହିତ କରିବେ। ବ୍ୟାଙ୍କର ଆର୍ଥିକ ସମ୍ପଦ ପରିଚାଳନା କ୍ଷେତ୍ରର ସିଇଓ ଭାବେ ସେ ଦାୟିତ୍ବ ତୁଲାଇବେ। ଅଂଶୁଳା ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନତକ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.