ପରଦାକୁ ଏକାଠି ଆସିବେ ଅନୀଲ- ସୋନମ
1 min readଆଓରି-ନୂଆଦିଲ୍ଲୀ(୨୮/୭) : ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କପୁର ପ୍ରଥମ ଥର ପାଇଁ ତାଙ୍କ ଝିଅ ସୋନମ କପୁରଙ୍କ ସହ ଏକାଠି ପରଦାକୁ ଆସୁଛନ୍ତି। ହଁଏଦୁହିଁଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ ଏକ ଲଡ୍କୀ କୋ ଦେଖାତୋ ଐସା ଲଗା’ରେ।ଏହି ସିନେମାରେ ଏହି ରିଅଲ୍ ବାପ-ଝିଅ ଙ୍କୁ ଦର୍ଶକ ରିଲ୍ରେ ବି ସମାନ ଭୂମିକାରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଅନୀଲଙ୍କ ଅଭିନୀତ ଚରିତ୍ର ହେଲା ବଲବୀର ଚୌଧୁରୀ ଓ ସୋନମ୍ ଏଥିରେ ତାଙ୍କ ଝିଅ ସୁଇଟି ଭୂମିକାରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୁହି ଚାଓ୍ଵଲା ଓ ରାଜ କୁମାର ରାଓ ମଧ୍ୟ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
ବିଧୂବିନୋଦ ଚୋପ୍ରା ଓ ରାଜ କୁମାର ହିରାନୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶିକା ହେଲେ ସେଲି ଚୋପ୍ରା ଧର୍। ଏହା ଅକ୍ଟୋବର ୧୨ ତାରିଖରେ ମୁକ୍ତିଲାଭ କରିବେ ବୋଲି ଜଣାଯାଇଛି।
ଅନୀଲଙ୍କ କନ୍ୟା ସୋନମ୍ କପୁର ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସାଓ୍ଵାରିୟା’ ଜରିଆରେ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ। ତା’ପରେ ସେ ଆଇ ହେଟ୍ ଲଭ ଷ୍ଟୋରିଜ୍, ରାଁଝନା, ଖୁବ୍ସୂରତ୍, ଡଲି କି ଡୋଲି, ପ୍ରେମ୍ ରତନ୍ ଧନ୍ ପାୟୋ, ନୀରଜା ଓ ବୀରେ-ଦି ଓ୍ଵଡିଂ ଆଦି ସିନେମାରେ ଅଭିନୟ କରିସାରିଲେଣି।