May 24, 2022

ବିଜେଡିର ପ୍ରଚାର ଗାଡିକୁ ବିରୋଧ ; ଅତିଷ୍ଠ ହୋଇସାରିଲେଣି ନାଗରିକ

1 min read
Aajira-Odisha

ଆଓରି-ଭୁବନେଶ୍ଵର(୨୩/୧୧) : ସଚେତନ ହେଉଛନ୍ତି ନାଗରିକ । ଗାଁ ଗାଁରେ ସରକାରଙ୍କୁ ହିସାବ ମାଗୁଛନ୍ତି ଲୋକେ । ସରକାରଙ୍କ ଉପରେ ଅତିଷ୍ଠ ହୋଇସାରିଲେଣି ନାଗରିକ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୌଡଖିଲମ ଗାଁରେ । ବିଜେଡି ପ୍ରଚାର ଗାଡିକୁ କିଛି ଯୁବକ ବିରୋଧ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଗାମୀ ୨୫ ତାରିଖରେ ରାୟଗଡା ଠାରେ ହେବାକୁ ଅଛି ଆଦିବାସୀ ମେଳି ଏବଂ ଏଥିପାଇଁ ସୁଦାମ ମାରାଣ୍ଡି ଆସୁଛନ୍ତି । ଏଥିପାଇଁ ବିଜେଡି ନେତାମାନେ ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି । ଆଜି(ଶୁକ୍ରବାର) ରାୟଗଡା ଜିଲ୍ଲାର ଡାଡାମା ପଞ୍ଚାୟତର ଗୌଡଖିଲମ ଗାଁରେ ପ୍ରଚାର ଗାଡି ପ୍ରବେଶ କରିବା ସମୟରେ ଗ୍ରାମର କିଛି ଶିକ୍ଷିତ ଆଦିବାସୀ ଯୁବକ ଗାଡିକୁ ଅଟକାଇଥିଲେ । ଯୁବକମାନେ ନେତାମାନଙ୍କୁ ପ୍ରଶ୍ନ କରିଥିଲେ ତେବେ ଏହାର ଉତ୍ତର ଦେବାରେ ବିଫଳ ହୋଇଥିଲେ ବିଜେଡି ନେତା । ପଞ୍ଚାୟତକୁ ଆସିଥିବା ଟଙ୍କା କେଉଁଆଡେ ଗଲାବୋଲି ହିସାବ ମାଗୁଛନ୍ତି ଯୁବକ । କିନ୍ତୁ ତାର ହିସାବ ଦେଇ ପାରୁନାହାଁନ୍ତି ବିଜେଡି ନେତା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.