March 27, 2023

ହିନ୍ଦୁଙ୍କୁ ଆତଙ୍କବାଦ ସହ ଯୋଡ଼ି ବଦନାମ କରିଛି କଂଗ୍ରେସ: ଅମିତ ଶାହ

1 min read

ଆଓରି-ନୂଆଦିଲ୍ଲୀ(୩୧/୦୩) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଉତ୍ତରପ୍ରଦେଶର ଧାମପୁରଠାରେ ରବିବାର ଏକ ନିର୍ବାଚନୀ ର‍୍ୟାଲିରେ ଉଦ୍‍ବୋଧନ ଦେଇ କଂଗ୍ରେସର ଦୋ ମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟକୁ ଆତଙ୍କବାଦ ସହ ଯୋଡ଼ି କଂଗ୍ରେସ ବଦନାମ କରିବାକୁ ଚେଷ୍ଟା କରିଛି। ଏଥିପାଇଁ କଂଗ୍ରେସ ଓ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‍ ବୋଲି ସେ କହିଛନ୍ତି।

ଅମିତ ଶାହା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅମେଠି ଲୋକସଭା ଆସନରେ ହାରିବା ଡ଼ର ଘାରିଛି। ତେଣୁ ସେ କେରଳର ୱାୟନାଡ଼ ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ସନ୍ତୁଷ୍ଟିକରଣ ରାଜନୀତି କରୁଛି। ନିକଟରେ ପଞ୍ଚକୁଳାର ଏକ କୋର୍ଟ ୨୦୦୭ ସମଝୋତା ଏକ୍ସପ୍ରେସ ବିସ୍ଫୋରଣ ମାମଲା ଉପରେ ରାୟ ଶୁଣାଇଥିଲେ। କୋର୍ଟ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ନିର୍ଦୋଷରେ ମୁକ୍ତ କରିଥିଲେ। ବିସ୍ଫୋରଣ ସମୟରୁ କଂଗ୍ରେସ ସରକାର ଏହାକୁ ହିନ୍ଦୁ ଆତଙ୍କବାଦର ନମୁନା ବୋଲି କହି ଆସୁଥିଲା। ବିଶ୍ୱକୁ ଏକ ପରିବାର ବୋଲି କହିଆସୁଥିବା ହିନ୍ଦୁ ସମ୍ପ୍ରଦାୟକୁ ଆତଙ୍କବାଦ ସହ ଯୋଡ଼ି ସାରା ବିଶ୍ୱରେ ବଦନାମ କରାଯାଇଥିଲା। ପିମ୍ପୁଡ଼ିଙ୍କୁ ଅଟା ଖୁଆଉଥିବା ହିନ୍ଦୁ ମଣିଷ ମାରିବ କେମିତି ବୋଲି ସେ ପ୍ରଶ୍ନ କରିଥିଲେ।

ହିନ୍ଦୁ ସମ୍ପ୍ରଦାୟକୁ ଆତଙ୍କବାଦ ସହ ଯୋଡ଼ି କଂଗ୍ରେସ ବଦନାମ କରିବାର ପାପ କରିଛି। ସେତେବେଳର ଗୃହମନ୍ତ୍ରୀ ପି. ଚିଦମ୍ବରମ, ସୁଶୀଲ କୁମାର ସିନଧେ ଏବଂ ରାହୁଲ ଗାନ୍ଧୀ କହିଥିଲେ ଯେ ଲସ୍କର-ଇ-ତୋଇବା ନୁହେଁ ହିନ୍ଦୁ ଆତଙ୍କବାଦ ଆମ ପାଇଁ ବଡ଼ ବିପଦ। ହିନ୍ଦୁଙ୍କୁ ବଦନାମ କରିଥିବାରୁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସାରା ଦେଶକୁ କ୍ଷମା ମାଗିବା ଆବଶ୍ୟକ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.