ଗାନ୍ଧୀନଗର ଲୋକସଭା ପାଇଁ ପାର୍ଥୀପତ୍ର ଦାଖଲ କରିବେ ଅମିତ ଶାହ
1 min read
ଆଓରି-ନୂଆଦିଲ୍ଲୀ(୩୦/୦୩) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଆଜି ଗୁଜୁରାଟର ଗାନ୍ଧୀନଗର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ , ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ,ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ ପାସୱାନଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।
ଗାନ୍ଧିନଗରରୁ ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ପାର୍ଟିରୁ ଶାହ ନିର୍ବାଚନ ଲଢିବେ । ଆଡଭାନୀ ୧୯୯୮ରୁ ଏଯାଏଁ ଗାନ୍ଧୀନଗରରୁ ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ । ନାମାଙ୍କନ ପତ୍ର ଦାଖଲ ସମୟରେ ଅମିତ ଶାହା ଅହମ୍ମଦାବାଦରେ ରୋଡ୍ ସୋ କରିଛନ୍ତି । ବର୍ତ୍ତମାନ ଶାହ ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି ।