ଓଡ଼ିଶାରେ ସବୁ କିଛି ଥାଇ ମଧ୍ୟ ଏଠାରେ ବିକାଶ ପହଞ୍ଚି ପାରିନାହିଁ ; ଅମିତ ଶାହ
1 min read
ଆଓରି-ଭୁବନେଶ୍ଵର(୦୧/୦୪) : ରାଜ୍ୟ ସରକାରଙ୍କ ବିରୋଧରେ ଆରମ୍ଭରୁ ବର୍ଷିଲେ ଶାହ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗଜପତିର ସିଦ୍ଧବଡ଼ଙ୍ଗ ସଭାରେ ଯୋଗଦେଇ ରାଜ୍ୟ ସରକରାଙ୍କ ବିରୋଧରେ ବର୍ଷିଛନ୍ତି ।
ଶାହ ପୁରୁଣା କଥାକୁ ଦୋହରାଇ ନବୀନ ସରକାରଙ୍କ ବିଫଳତା ବଖାଣିଛନ୍ତି । ୧୯ ବର୍ଷ ଧରି ଶାସନରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଶିଖି ପାରିଲେ ନାହିଁ ବୋଲି କହି ତାତ୍ସଲ୍ୟ କରିଛନ୍ତି । ଏହାସହ ଓଡ଼ିଶାରେ ସବୁ କିଛି ଥାଇ ମଧ୍ୟ ଏଠାରେ ବିକାଶ ପହଞ୍ଚି ପାରିନଥିବା କଥା କହିଛନ୍ତି ଶାହ । ଓଡ଼ିଶାରେ ମହିଳାଙ୍କୁ ସୁରକ୍ଷା ଦିଆଯାଇପାରୁନାହିଁ । ଆଦିବାସୀଙ୍କ ଦୁଃଖ ବୁଝି ପାରୁନାହାନ୍ତି ନବୀନ । ତେଣୁ ୨୦୧୯ରେ ଓଡ଼ିଆ ଜାଣିଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଆହ୍ୱାନ ଦେଇଛନ୍ତି ଶାହ । ଅନ୍ୟପଟେ ବିକାଶ ଜାଣିନଥିବା ଏହି ନବୀନ ସରକାରଙ୍କୁ ଉପାଡ଼ି ଫୋପାଡ଼ିବା ପାଇଁ କହିଲେ ଶାହ । ନବୀନବାବୁ ୧୯ବର୍ଷରେ କେବଳ ଭ୍ରଷ୍ଟାଚାର ହିଁ କରିଛନ୍ତି ଏହା ଛଡ଼ା କିଛି କରିନାହାନ୍ତି । ଜଣେ ଯୁବ ନେତୃତ୍ୱକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହ ।
ଏହା ସହ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ମଧ୍ୟ ଦୋହରାଇଛନ୍ତି ଶାହ । କହିଲେ ଯେଉଁ ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସୁରକ୍ଷା କରି ପାରୁନାହାନ୍ତି ସେହି ସରକାର ଗାଦିଚ୍ୟୁତ ହେବା ଆବଶ୍ୟକ । ରତ୍ନଭଣ୍ଡାର କେବାଳ ଟଙ୍କା ପଇସାର କଥା ନୁହେଁ । ଏହାସହ ସାରା ଓଡ଼ିଶାବାସୀଙ୍କ ଆତ୍ମା ଯୋଡ଼ି ହୋଇ ରହିଛି । ରତ୍ନଭଣ୍ଡାର ହେଉଛି ଓଡ଼ିଶାବାସୀଙ୍କ ସ୍ୱାଭୀମାନ ଓ ସମୃଦ୍ଧି ବୋଲି କହିଛନ୍ତି ଶାହ ।
ଶେଷରେ ମୋଦି ସରକାରଙ୍କ ବିଭିନ୍ନ ସଫଳତା ବଖାଣିଥିଲେ । ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଫଳ ରୂପାୟନ ହୋଇଥିବା କହିଲେ ଶାହ । ଏହା ସହ ଓଡ଼ିଶାର ବିକାଶ କରିବାକୁ ହେଲେ ମୋଦି ଜୀଙ୍କ ଡବଲ ଇଞ୍ଜିନ୍ ସରକାର ଆବଶ୍ୟକ ବୋଲି ସେ କହିଛନ୍ତି । ଭାଜପା ସରକାର ଆସିଲେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି ଶାହା କହିଛନ୍ତି । ଏବଂ ଏହି ଦୁର୍ନୀତିଗ୍ରସ୍ତ ଓଡ଼ିଶା ସରକାରଙ୍କୁ ଉପାଡ଼ି ଫୋପାଡ଼ିବା ପାଇଁ ଶାହ ଗଜପତିରେ ଗର୍ଜିଛନ୍ତି ।